Categories: ଜାତୀୟ

ପାକିସ୍ତାନର ଷଡ଼ଯନ୍ତ୍ର: ଅସ୍ତ୍ରବିରତି ପଛରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ଦେଶ୍ୟ

ଶ୍ରୀନଗର, ୨୩।୬: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଉଛି। ଲଦାଖ ସୀମାରେ ଚାଇନା ସହିତ ଭାରତର ଉତ୍ତେଜନା ବୃଦ୍ଧି ପାଇଛି। ଏହାର ଫାଇଦା ନେବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଛି। ଅସ୍ତ୍ରବିରତି ଉଲ୍ଲଂଘନ ବାହାନରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାକିସ୍ତାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ତେଣୁ ସୀମାରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଚଳିତ ଜୁନ୍‌ ମାସରେ ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣ ରେଖାରେ ୧୪୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ପ୍ରତିଦିନ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ପକ୍ଷରୁ ୭ରୁ ୮ଥର ମୋର୍ଟାର ଶେଲିଂ ମାଡ଼ କରାଯାଉଥିବା କୁହାଯାଉଛି। ଚଳିତ ବର୍ଷ ଜାନୁୟାରୀଠାର ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ ରେଖାରେ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି।

Share