Advertisement

ପାକିସ୍ତାନସ୍ଥିତ ଗୁରୁ ନାନକ ମହଲରେ ଭଙ୍ଗାରୁଜା

ଲାହୋର, ୨୭।୫: ପାକିସ୍ତାନର ପଞ୍ଜାବ ସହରରେ ଥିବା ଐତିହାସିକ ଗୁରୁ ନାନକ ମହଲରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ସ୍ଥାନୀୟ ଲୋକେ ମିଶି ମହଲର ଅଧା ଅଂଶ ଭାଙ୍ଗିବା ସହ କବାଟ ଝରକା ବିକି ଦେଇଛନ୍ତି। ୪ମହଲା ବିଶିଷ୍ଟ ଏହି ମହଲରେ ଶିଖ୍‌ ସଂସ୍ଥାପକ ଗୁରୁ ନାନକ, କିଛି ହିନ୍ଦୁ ଶାସକ ଏବଂ ରାଜକୁମାରଙ୍କ ଫଟୋ ଚିତ୍ର ରହିଥିଲା। ୪ ଦଶନ୍ଧି ପୂର୍ବରୁ ଏହି ମହଲକୁ ନିର୍ମାଣ କରାଯାଇଥିଲା। ଏହି ମହଲକୁ ଦେଖିବା ପାଇଁ ଭାରତ ସମେତ ବିଦେଶରୁ ଶିଖ୍‌ମାନେ ଆସୁଥିଲେ। ଲାହୋରଠାରୁ ପାଖାପାଖି ୧୦୦ କିମି ଦୂରରେ ନରୋବାଲ ସହରରେ ଅବସ୍ଥିତ ଏହି ମହଲରେ ୧୬ଟି କୋଠରି ଥିଲା। କିନ୍ତୁ ଏହି ମହଲର ମାଲିକ କିଏ ତାହା ଜଣାପଡିନାହିଁ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel