ପାକିସ୍ତାନୀ ଅଭିନେତ୍ରୀଙ୍କ ପରଲୋକ

କରାଚୀ,୧୦ା୭(ପି.ଟି.): ପାକିସ୍ତାନର କିମ୍ବଦନ୍ତୀ ଅଭିନେତ୍ରୀ ଜାହିନ୍‌ ତାହିରା ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୯ବର୍ଷ ହୋଇଥିଲା। ତାହିରାଙ୍କ ବିୟୋଗ ଖବର ତାଙ୍କ ନାତି ଡାନିଏଲ ଶାହଜାଦ୍‌ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି। ପାକିସ୍ତାନର ଟେଲିଭିଜନ ଇତିହାସରେ ବରିଷ୍ଠ କଳାକାରଙ୍କ ମଧ୍ୟରୁ ଅନ୍ୟତମ ତାହିରା ୭୦୦ ଡ୍ରାମା ଓ ସିରୟଲ୍‌ର ପ୍ରମୁଖ ଓ ସହାୟିକା ଭୂମିକାରେ ଅଭିନୟ କରିଛନ୍ତି।

Share