Categories: ଖେଳ

ପାକିସ୍ତାନୀ ଖେଳାଳି କହିଲେ, ଇମାମଙ୍କ ଶତକକୁ ଡଷ୍ଟବିନ୍‌ରେ ଫୋପାଡି ଦେବା ଉଚିତ୍‌

ଇସଲମାବାଦ୍‌, ୭।୭: ୨୦୧୯ ଆଇସିସି ବିଶ୍ୱକପରୁ ବିଦାୟ ନେଇ ପାକିସ୍ତାନ। ଶେଷ ମ୍ୟାଚ୍‌ ବାଂଲାଦେଶକୁ ୯୯ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ ନେଇଥିଲା ପାକିସ୍ତାନ। ଏହି ମ୍ୟାଚ୍‌ରେ ଓପନର ଇମାମ-ଉଲ-ହକଙ୍କ ଶତକୀୟ ଇନିଂଶ ବଳରେ ପାକିସ୍ତାନ ୯ ଓ୍ବିକେଟ ହରାଇ ୩୧୫ରନ୍‌ କରିବାରେ ସମର୍ଥ ହୋଇଥିଲା। ଇମାମଙ୍କ ଏହି ଶତକୀୟ ଇନିଂଶକୁ ସମାଲୋଚନା କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ତନବୀର ଅହମ୍ମଦ। ସେ କହିଛନ୍ତି, ଇମାମଙ୍କ ଏହି ଇନିଂଶକୁ ଡଷ୍ଟବିନ୍‌ରେ ଫୋପାଡି ଦେବା ଉଚିତ୍‌। ଶତକ ମାରିବା ପରେ ସେ ଏହାକୁ ଏକ ବଡ ଇନିଂଶରେ ପରିଣତ ନ କରିପାରି ସାଙ୍ଗେ ସାଙ୍ଗେ ଆଉଟ୍‌ ହୋଇଯାଇଥିଲେ। ତେବେ ଏଭଳି ଶତକ ମାରିବା ଦଳ ପାଇଁ କୌଣସି ଆବଶ୍ୟକତା ନାହିଁ ବୋଲି ତନବୀର କହିଛନ୍ତି। ସୂଚନାଯୋଗ୍ୟ, ବାବର ଆଜମଙ୍କ ପରେ ଇମାମ ଚଳିତ ବିଶ୍ୱକପରେ ପାକିସ୍ତାନ ପକ୍ଷରୁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛନ୍ତି।

Share