ପାକିସ୍ତାନୀ ଟ୍ରୋଲର୍‌ଙ୍କୁ ଅଦନାନ୍‌ଙ୍କ ଜବାବ: କଶ୍ମୀର ଭାରତର ପ୍ରମୁଖ ଅଂଶ, ଯାହା ତୁମର ନୁହେଁ ସେଥିରେ ମୁଣ୍ଡ ଖେଳାଅ ନାହିଁ

ମୁମ୍ବାଇ: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଟ୍ରୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି ଗାୟକ ଅଦନାନ୍‌ ସାମୀ। ଏହା ଭାରତର ଏକ ପ୍ରମୁଖ ଅଂଶ। ଯାହା ତୁମର ନୁହେଁ, ସେଥିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ଜଣେ ପାକିସ୍ତାନୀ ଟ୍ରୋଲର୍‌ଙ୍କୁ ଜବାବ ଦେଇ କହିଛନ୍ତି ଅଦନାନ।

୨୦୧୬ରେ ଭାରତର ନାଗରିକତ୍ୱ ହାସଲ କରିଛନ୍ତି ଅଦନାନ୍‌।  ତାଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସମାଲୋଚିତ ହେବାକୁ ପଡ଼ିଥାଏ। ହେଲେ ସେ ସର୍ବଦା ଭାରତ ସପକ୍ଷରେ ଛିଡ଼ା ହୋଇଥାନ୍ତି। ତେବେ ଗୁରୁବାର ପାକିସ୍ତାନର ଜଣେ ଟୁଇଟର ବ୍ୟବହାରକାରୀ ଅଦନାନ୍‌ ଯଦି ସାହସ ଅଛି ତେବେ କଶ୍ମୀର ପ୍ରସଙ୍ଗରେ କିଛି କହିକି ଦେଖ, ପୁଣି ଦେଖ ତୁମର ଭାରତ ତୁମର କ’ଣ ଅବସ୍ଥା କରୁଛି ବୋଲି କହିଥିଲେ। ଏହାର ଜବାବ ଦେଇ ଅଦନାନ କହିଥିଲେ, ନିଶ୍ଚିତ। କଶ୍ମୀର ଭାରତର ଏକ ପ୍ରମୁଖ ଅଂଶ। ଯାହା ତୁମର ନୁହେଁ ସେଥିରେ ମୁଣ୍ଡ ଖେଳାଅ ନାହିଁ। ଅଦନାନ୍‌ଙ୍କ ଏପରି ଜବାବ ଅନେକେ ପାକିସ୍ତାନୀ ଟୁଇଟର ବ୍ୟବହାରକାରୀଙ୍କୁ କ୍ଷୁବ୍ଧ କରିଥିବା ବେଳେ ଭାରତୀୟମାନେ ଏହାକୁ ଶ୍ରେଷ୍ଠ ଉତ୍ତର ବୋଲି କହିଛନ୍ତି।

Share