Categories: ଜାତୀୟ

ପାକିସ୍ତାନୀ ପଙ୍ଗପାଳ ଉଜାଡୁଛନ୍ତି ଭାରତ ଚାଷୀଙ୍କ ଫସଲ: ଘଉଡ଼ାଇବା ପାଇଁ ବଜା ଯାଉଛି ଡିଜେ

ନୂଆଦିଲ୍ଲୀ,୧୯।୧୦: ପାକିସ୍ତାନର ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଏବେ ପାକିସ୍ତାନୀ ପଙ୍ଗପାଳ ରାଜସ୍ଥାନ ଅଞ୍ଚଳର ଚାଷୀଙ୍କ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ପାକିସ୍ତାନ ପଟୁ ଉଡ଼ିଆସି ରାଜସ୍ଥାନ ଯୋଧପୁରର ଚାମୁ,ଫଲୌଦି, ଜାମ୍ଭା, ବାପ୍‌, ଶେରଗଡ଼ ଆଦି ଅଞ୍ଚଳରେ ଫସଲ ନଷ୍ଟ କରୁଛନ୍ତି। ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ପଙ୍ଗପାଳ ଘଉଡ଼ାଇବା ଲାଗି ଫସଲ ଜମିରେ ଉଚ୍ଚ ଶବ୍ଦରେ ଡିଜେ ବଜାଉଛନ୍ତି। ଡିଜେ ଶବ୍ଦରେ ପଙ୍ଗପାଳ ଭୟରେ ଉଡ଼ି ଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପଙ୍ଗପାଳ ଘଉଡ଼ାଇବା ଲାଗି ବହୁ ଚାଷୀ ବାଧ୍ୟ ହୋଇ ଭଡ଼ାରେ ଡିଜେ ଆଣୁଛନ୍ତି। ଭଲ ବ୍ୟବସାୟ ଆଶାରେ ଡିଜେ ରଖିଥିବା ବ୍ୟବସାୟୀ ଚଢ଼ା ଦରରେ ଭଡ଼ା ଦେଇଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share