ପାକିସ୍ତାନୀ ପୋଲିସ ଅଫିସର ହେଲେ ପ୍ରଥମ ହିନ୍ଦୁ ଯୁବତୀ

ଇସଲାମାବାଦ: ଜଣେ ହିନ୍ଦୁ ଯୁବତୀ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପୋଲିସ ଅଫିସର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଷ୍ପା କୋହଲି ନାମ୍ନୀ ଏହି ଯୁବତୀଙ୍କୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର(ଏଏସ୍‌ଆଇ) ପଦବୀରେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କିତ ଖବର ପାକିସ୍ତାନର ମାନବିକ ଅଧିକାର କର୍ମକର୍ତ୍ତା କପିଲଦେବ ଟୁଇଟର ଯୋଗେ ଶେୟାର କରିଛନ୍ତି। ସେ କହିଛନ୍ତି, ସିନ୍ଧ୍‌ ପବ୍ଲିକ ସର୍ଭିସ କମିଶନ୍‌ ଦ୍ୱାରା ଆୟୋଜିତ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇ ସିନ୍ଧ୍‌ ପୋଲିସରେ ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ସୁମନ ପଓ୍ବନ ବୋଦାନି ମଧ୍ୟ ପ୍ରଥମ ମହିଳା ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ବୋଦାନି ହେଉଛନ୍ତି ସିନ୍ଧ ପ୍ରଦେଶର ଶାହଦାଦ୍‌କୋଟ ଅଞ୍ଚଳର ବାସିନ୍ଦା। ସେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ୍ୟତା ତାଲିକାର ୫୪ତମ ସ୍ଥାନରେ ରହି ସିଭିଲ ଜଜ୍‌/ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଭାବେ ନିଯୁକ୍ତି ପାଇଥିଲେ।

Share