Categories: ଜାତୀୟ

ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଯବାବ ଦେଲେ ଭାରତୀୟ ସେନା

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପଟରୁ ଗୁରୁବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ପରେ ଏହାର କଡ଼ା ଯବାବ ଦେଇଛି ଭାରତୀୟ ସେନା। ବୁଧବାର ରାତିରେ ଆରମ୍ଭ ହୋଇଥିବା ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପଟରୁ ବହୁ ପରିମାଣରେ ଗୁଳି ବର୍ଷଣ କରାଯାଇଥିଲା। ଏହାପରେ ଭାରତୀୟ ସେନା ପାକିସ୍ତାନର ୩ଟି ସେନା ଶିବିର ଧ୍ୱଂସ କରିଥିବା ସୂଚନା ମିଳିଛି। ଏହାସହ ପାକିସ୍ତାନର ଜଣେ ସେନା ନିହତ ହୋଇଥିବା ବେଳେ ୭ ଆହତ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, କଶ୍ମୀର ମାମଲାରେ ଉତ୍‌କ୍ଷିପ୍ତ ହୋଇ ପାକିସ୍ତାନ ଏବେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ଚାଲିଛି।

Share