ପାକିସ୍ତାନ କଳା ତାଲିକାରେ ସ୍ଥାନ ପାଇବା ଆଶଙ୍କା ବଢ଼ିଲା

ଓ୍ବାଶିଂଟନ,୭।୧୦: ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବାରେ ଲାଗିଛି। ଏନେଇ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖୁଥିବା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ୍‌ ଫୋର୍ସ(ଏଫ୍‌ଏଟିଏଫ୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଜାତିସଂଘ ଦ୍ୱାରା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ପାଣ୍ଠି ଯୋଗାଇବା ସହିତ ଆବଶ୍ୟକ ସହାୟତା ଦେଉଛି। ଏହି ରିପୋର୍ଟ ଆସନ୍ତା ସପ୍ତାହରେ ପ୍ୟାରିସ୍‌ଠାରେ ହେବାକୁଥିବା ଏଫ୍‌ଏଟିଏଫ୍‌ର ବାର୍ଷିକ ବୈଠକରେ ଉପସ୍ଥାପନ କରାଯିବ। ଏନେଇ ପାକିସ୍ତାନ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବାର ଆଶଙ୍କା ସୃଷ୍ଟି ହୋଇଛି। ହୁଏତ ପାକିସ୍ତାନକୁ କଳା ତାଲିକାରେ ସ୍ଥାନୀତ କରାଯାଇ ପାରେ ବୋଲି କୁହାଯାଉଛି। ଏପରି ହେଲେ ବିଶ୍ୱବ୍ୟାଙ୍କ ଅବା ଆଇଏମ୍‌ଏଫ୍‌ରୁ ପାକିସ୍ତାନକୁ ଆର୍ଥିକ ଋଣ ପ୍ରଦାନ କରାଯିବା ଉପରେ ରୋକ ଲଗାଯିବ। ଏହାକୁ ଦୃଷ୍ଟିରେ ରଖି ଏବେ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି।

Share