ଇସଲାମାବାଦ୍, ୧୭।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ମତିଭ୍ରମ ହେବାରେ ଲାଗିଛି। ସମର୍ଥନ ଯୋଗାଡ଼ କରିବାରେ ଅସଫଳ ହେବା ପରେ ପାକିସ୍ତାନ ଏବେ ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛି। ଏନେଇ ପାକିସ୍ତାନ କୂଟନୈତିଜ୍ଞ ଜାଫର ହିଲାଲେ ଭାରତକୁ ନାଲିଆଖି ଦେଖାଇଛନ୍ତି। ସେ କହିଛନ୍ତି ଯେ, କଶ୍ମୀର ସମସ୍ୟାର ସମାଧାନ କେବଳ ଛାୟାଯୁଦ୍ଧ କିମ୍ବା ଯୁଦ୍ଧ ଦ୍ୱାରା ହିଁ ସମ୍ଭବ। ଏହାର ସମାଧାନ କୂଟନୈତିକସ୍ତରରେ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ଜାଫରଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଜାଫର୍ ପୂର୍ବରୁ ନାଇଜେରିଆ, ୟେମେନ୍ ଏବଂ ଇଟାଲୀରେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିସାରିଛନ୍ତି।