ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ

ଇସ୍‌ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ ତେବେ ମୃତଦେହକୁ ଇସ୍‌ଲାମାବାଦର ସେଣ୍ଟ୍ରାଲ ସ୍କୋୟାରକୁ ଆଣି ୩ ଦିନ ଝୁଲାଇ ରଖିବାକୁ ଅଦାଲତ କହିଛନ୍ତି। ପେଶାଓ୍ବର ହାଇକୋର୍ଟର ମୁଖ୍ୟ ବିଚାରପତି ଓ୍ବାକର ଅହମଦ ସେଠ୍‌, ସିନ୍ଧ୍‌ ହାଇକୋର୍ଟର ଜଷ୍ଟିସ ନାଜର ଆକବର ଏବଂ ଲାହୋର ହାଇକୋର୍ଟର ଜଷ୍ଟିସ ଶାହିଦ କରିମଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ମଙ୍ଗଳବାର ମୁଶାରଫଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପଳାତକ ଅପରାଧୀ ମୁଶରଫଙ୍କୁ ଖୋଜି ବାହାର କରିବା ପାଇଁ ଖଣ୍ଡପୀଠ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାଙ୍କର ମୃତ୍ୟୁ ହୋଇଥାଏ ତେବେ ମୃତଦେହକୁ ଘୋଷାଡ଼ି ଆଣି ଇସ୍‌ଲାମାବାଦର ଡି-ଚୌକ୍‌ଠାରେ ତିନିଦିନ ଝୁଲାଇ ରଖିବାକୁ ଅଦାଲତ କହିଛନ୍ତି।

Share