ନୂଆଦିଲ୍ଲୀ,୩୦।୯:ଭାରତୀୟ ଦଳର ଓପନର୍ ଶିଖର ଧାଓ୍ବନ୍ ପାକିସ୍ତାନ କ୍ରିକେଟର୍ସଙ୍କ ଉପରେ ବର୍ଷିଛନ୍ତି। ଭାରତୀୟ ଖେଳାଳିଙ୍କ ଉପରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ନିଜ ଦେଶକୁ ସୁଧାରନ୍ତୁ ବୋଲି ପାକିସ୍ତାନ କ୍ରିକେଟର୍ସଙ୍କୁ ଧାଓ୍ବନ୍ ପରାମର୍ଶ ଦେଇଛନ୍ତି। ଜମ୍ମୁ କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ପାକିସ୍ତାନ ରାଜନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବାର ଲକ୍ଷ୍ୟ କରାଯାଉଛି। ଏନେଇ ଧାଓ୍ବନ୍ କହିଛନ୍ତି, ନିଜ ଦେଶକୁ ନ ସୁଧାରି ଅନ୍ୟ ଦେଶ ଉପରେ ମନ୍ତବ୍ୟ ଦେବା ହାସ୍ୟାସ୍ପଦ। ପୂର୍ବରୁ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ପାକିସ୍ତାନକୁ ସମାଲୋଚନା କରିଥିଲେ।