Advertisement

ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇ ସେମାନଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ଦଳରେ ସ୍ଥାନ ମିଳିଥିଲା। ଫର୍ମରେ ଥିବା ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଭାଜପା ଚାପରେ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା ବୋଲି ଗୁରୁତର ଅଭିଯୋଗ କରିଛନ୍ତି ପାକିସ୍ତାନର ଜଣେ କ୍ରିକେଟ ବିଶେଷଜ୍ଞ। ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ଚାଲିଥିବାବେଳେ ଏକ ଗଣମାଧ୍ୟମରେ ଚାଲିଥିବା କ୍ରିକେଟ ବିତର୍କରେ ଭାଗ ନେଇ ସେ ଏହା କହିଛନ୍ତି। ଏବେ ଭାଜପା ସରକାର ଏଜେଣ୍ଡା ହେଉଛି ମୁସଲମାନଙ୍କୁ ଆଗକୁ ବଢିବାକୁ ନ ଦିଆଯାଉ। ସେହି ଏଜେଣ୍ଡାରେ ବଳି ପଡିଛନ୍ତି ସାମି ବୋଲି ସେ କହିଛନ୍ତି। ବିଶ୍ୱକପରେ ୪ଟି ମ୍ୟାଚ୍‌ରୁ ୧୪ଟି ଉଇକେଟ ନେଇଥିବା ସାମିଙ୍କୁ ବସାଇଦିଆଯିବା ଆଶ୍ଚର୍ଯ୍ୟର କଥା ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share