ପାକିସ୍ତାନ କ୍ୟାବିନେଟ୍‌ର ନିଷ୍ପତ୍ତି: ପ୍ରତି ଶୁକ୍ରବାର ‘କଶ୍ମୀର ସଂହତି ଦିବସ’

ଇସ୍‌ଲାମାବାଦ, ୨୮ା୮ (ଆଇଏଏନ୍‌ଏସ୍‌): କଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ମୁଣ୍ଡବ୍ୟଥା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ଏହି ପ୍ରସଙ୍ଗରେ କ୍ୟାବିନେଟ ବୈଠକ କରି ନିଜକୁ କଶ୍ମୀରୀମାନଙ୍କର ସ୍ବର ଭାବେ ଅଭିହିତ କରିଛନ୍ତି।
ଇମ୍ରାନ୍‌ କହିଛନ୍ତି, କଶ୍ମୀରୀଙ୍କ ଅଧିକାର ପାଇଁ ସମଗ୍ର ପାକିସ୍ତାନ ରାସ୍ତାକୁ ଓହ୍ଲାଇଛି। ଏହା ହେଉଛି ବିଶ୍ୱର ଅବଶିଷ୍ଟଙ୍କ ପାଇଁ ‘ଅଧିକ କରିବା’ର ସନ୍ଦେଶ। କଶ୍ମୀରୀଙ୍କୁ ସମର୍ଥନ ପ୍ରଦର୍ଶନ କରିବା ପାଇଁ ପାକିସ୍ତାନରେ ପ୍ରତି ସପ୍ତାହରେ ୩୦ ମିନିଟର କାର୍ଯ୍ୟକ୍ରମର ଆୟୋଜନ କରାଯିବ। ପ୍ରତି ଶୁକ୍ରବାରକୁ ‘କଶ୍ମୀର ସଂହତି ଦିବସ ଭାବେ ପାଳନ କରାଯିବ। ତେଣୁ କଶ୍ମୀର ପ୍ରସଙ୍ଗକୁ ସାରା ବିଶ୍ୱରେ ଉଠାଇବା ପାଇଁ ସେ ତାଙ୍କ ସହଯୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ସୂଚନା ସମ୍ପର୍କିତ ସ୍ବତନ୍ତ୍ର ସହଯୋଗୀ ଫିର୍ଦୋସ୍‌ ଆଶିକ୍‌ ଆଓ୍ବାନ କହିଛନ୍ତି।

Share