Categories: ଖେଳ

ପାକିସ୍ତାନ ଖେଳାଳିଙ୍କୁ ଦେବାକୁ ପଡ଼ିବ ଫିଟ୍‌ନେସ ଟେଷ୍ଟ

ଲାହୋର,୩।୧(ପି.ଟି.)- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ବାବର ଆଜାମ, ସର୍ଫରାଜ ଅହମ୍ମଦ, ଶାହିନ ଆଫ୍ରିଦୀଙ୍କ ଭଳି ଖେଳାଳି ଆସନ୍ତା ୬ ଓ ୭ ତାରିଖରେ ଫିଟନେସ ଟେଷ୍ଟର ସମ୍ମୁଖୀନ ହେବେ। ଏ ନେଇ ଶୁକ୍ରବାର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ପାକିସ୍ତାନର ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ କୋଚ୍‌ ୟାସିର ମଲିକଙ୍କ ନେତୃତ୍ୱରେ ଜାତୀୟ କ୍ରିକେଟ ଏକାଡେମୀଠାରେ ଏହି ଦୁଇ ଦିନିଆ ଟେଷ୍ଟ ଚାଲିବ। ସମସ୍ତ କେନ୍ଦ୍ରୀୟ ଚୁକ୍ତି ଖେଳାଳି ଦୁଇ ଦିନିଆ ଟେଷ୍ଟରେ ଉପସ୍ଥିତ ରହିବେ। ଓ୍ବାହାବ ରିଆଜ, ମହମ୍ମଦ ଅମିର ଓ ଶାହାଦବ ଖାଁ ବାଂଲାଦେଶ ପ୍ରିମିିୟର ଲିଗ୍‌ (ବିପିଏଲ)ରୁ ଫେରିବା ପରେ ୨୦ ଓ ୨୧ ତାରିଖରେ ଫିଟନେସ ଟେଷ୍ଟ ଦେବେ ବୋଲି କୁହାଯାଇଛି। ଯଦି କୌଣସି ଖେଳାଳି ସର୍ମନିମ୍ନ ଫିଟନେସ ମାନ ହାସଲ କରିବାରେ ବିଫଳ ହେଲେ ତାଙ୍କ ସାଲାରିର ୧୫ ପ୍ରତିଶତ କାଟ୍‌ କରାଯିବ। ଏହାକୁ ବାରମ୍ବାର ଭଙ୍ଗ କରୁଥିବା ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ଦିଆଯିବ ବୋଲି କୁହାଯାଇଛି। କେବଳ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିମାନେ ଫିଟ୍‌ନେସ ଟେଷ୍ଟର ସମ୍ମୁଖୀନ ହେବେ, ତା ନୁହେଁ ୬ ଆସୋସିଏଶନର ଖେଳାଳିଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

Share