Categories: ଖେଳ

ପାକିସ୍ତାନ ଖେଳୁଥିଲା ମ୍ୟାଚ୍‌, ଷ୍ଟାଡିୟମରେ ପହଞ୍ଚିଲେ କୋହଲିଙ୍କ ପ୍ରଶଂସକ

ଲାହୋର, ୧୦।୧୦:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ସମୟର ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିସାରିଲେଣି। ତାଙ୍କ ପ୍ରଶଂସକ କେବଳ ଭାରତରେ ନାହାନ୍ତି, ସାରା ବିଶ୍ୱରେ ତାଙ୍କର ବେଶ୍‌ ଖ୍ୟାତି ରହିଛି। ପାକିସ୍ତାନରେ ମଧ୍ୟ କୋହଲିଙ୍କ ଜଣେ ବଡ ଫ୍ୟାନ୍‌ ଅଛନ୍ତି। ନିକଟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯାଉଥିବାବେଳେ କୋହଲିଙ୍କ ଜଣେ ପାକିସ୍ତାନ ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ସେ ଏକ ପ୍ଲା-କାର୍ଡ ଧରି କୋହଲି କୋହଲି ନାରା ଲଗାଇଥିଲେ। ଉକ୍ତ ପ୍ଲା-କାର୍ଡରେ କୋହଲି ଆମେ ଆପଣଙ୍କୁ ପାକିସ୍ତାନ ପକ୍ଷରୁ ଖେଳୁଥିବାର ଦେଖିବାକୁ ଚାହୁଁ। ଆମେ ଆପଣଙ୍କ ବଡ ପ୍ରଶଂସକ ବୋଲି ଲେଖାଥିଲା। ଏହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ମଧ୍ୟ ହୋଇଛି।

Share