ପାକିସ୍ତାନ ଜେଲ୍‌ରେ ୨୬୧ ଭାରତୀୟ ବନ୍ଦୀ

ଇସ୍‌ଲାମାବାଦ୍‌,୨ା୭(ପି.ଟି.): ପାକିସ୍ତାନ ଜେଲ୍‌ରେ ଏବେ ୨୬୧ ଭାରତୀୟ ବନ୍ଦୀ ଅଛନ୍ତି। ସୋମବାର ପାକିସ୍ତାନ ପକ୍ଷରୁ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତାଲିକା ହସ୍ତାନ୍ତର କରାଯାଇଛି। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି, ୨୦୦୮ ମେ ୨୧ ରାଜିନାମା ଅନୁଯାୟୀ ଏଭଳି ତଥ୍ୟ ପ୍ରଦାନ କରାଯାଇଛି। ୨୬୧ ଜଣଙ୍କ ମଧ୍ୟରେ ୨୦୯ ମତ୍ସ୍ୟଜୀବୀ ଅଛନ୍ତି। ଅନୁରୂପଭାବେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସେଠାରେ ବନ୍ଦୀଥିବା ପାକିସ୍ତାନ ନାଗରିକଙ୍କ ତାଲିକା ପ୍ରଦାନ କରିବ ବୋଲି ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି। ଚୁକ୍ତିରେ ଜାନୁୟାରୀ ପହିଲାରୁ ଜୁଲାଇ ପହିଲା ମଧ୍ୟରେ ପ୍ରତି ଦୁଇବର୍ଷରେ ଥରେ ଉଭୟ ଦେଶ ପରସ୍ପରକୁ ବନ୍ଧୀ ତାଲିକା ପ୍ରଦାନ କରିବେ।

Share