Categories: ଖେଳ

ପାକିସ୍ତାନ ଟି୨୦ ଦଳକୁ ଫେରିଲେ ମଲିକ, ହାଫିଜ

କରାଚୀ,୧୭।୧(ପି.ଟି.)- ଆସନ୍ତା ୨୪ ତାରିଖରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଗୁରୁବାର ୧୫ ଜଣିଆ ପାକିସ୍ତାନ ଦଳ ଘୋଷିତ ହୋଇଯାଇଛି। ଦଳକୁ ଦୁଇ ଅଭିଜ୍ଞ ଖେଳାଳି ତଥା ପୂର୍ବତନ ପାକିସ୍ତାନ ଅଧିନାୟକ ସୋଏବ ମଲିକ ଓ ଅଲରାଉଣ୍ଡର ମହମ୍ମଦ ହାଫିଜ ଫେରିଛନ୍ତି। ଦଳରେ ନୂଆ ମୁହଁ ଭାବେ ପେସର ହାରିସ ରଫ ଓ ବ୍ୟାଟ୍ସମ୍ୟାନ ଏସାନ ଅଲିଙ୍କୁ ସ୍ଥାନ ମିଳିଛି। ମୁଖ୍ୟ କୋଚ୍‌ ମିସ୍‌ବା-ଉଲ୍‌-ହକ୍‌ଙ୍କ ନେତୃତ୍ୱାଧୀନ ଚୟନ କମିଟି ଅଭିଜ୍ଞ ପେସର ଓ୍ବାହବ ରିଆଜ ଓ ମହମ୍ମଦ ଅମିରଙ୍କୁ ଦଳରୁ ବାଦ ଦେଇଛି। ଫକର ଜ୍ୟାମନ, ସୋହେଲ ଓ ହାସମ ଅଲି ମଧ୍ୟ ନିଜ ସ୍ଥାନ ବଞ୍ଚାଇବାରେ ବିଫଳ ହୋଇଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆଠାରୁ ୨-୦ରେ ସିରିଜ୍‌ ହାରିଥିବା ଦଳର ୭ ଖେଳାଳିଙ୍କୁ ବାଦ୍‌ ଦିଆଯାଇଛି। ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ପରେ ମଲିକ ଓ ହାଫିଜ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।

Share