ପାକିସ୍ତାନ ତିଆରି କଲା ଟାଇଫଏଡ୍‌ ଟୀକା

ଇସଲାମାବାଦ୍‌,୧୬।୧୧: ପାକିସ୍ତାନ ପ୍ରଥମ କରି ଟାଇଫଏଡ୍‌ ଟୀକା ତିଆରି କରିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାକୁ ସ୍ବୀକୃତି ଦେଇଥିଲା। ୨୦୧୬ରେ ଏଠାରେ ଟାଇଫଏଡ୍‌ରେ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ରେ ଏଠାରେ ଟାଇଫଏଡ୍‌ ସଂକ୍ରମିତଙ୍କ ସଂଖ୍ୟା ୬୩ ପ୍ରତିଶତ ଥିଲା। ସେମାନଙ୍କ ମଧ୍ୟରେ ୫ ବର୍ଷରୁ କମ୍‌ ବୟସ୍କଙ୍କ ସଂଖ୍ୟା ଅଧିକ ଥିଲା। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଟାଇଫଏଡ୍‌ ଟୀକା ପ୍ରସ୍ତୁତି ନେଇ ଗବେଷଣା ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ଭାରତରେ ମଧ୍ୟ ଏଭଳି ଟୀକା ତିଆରି ହୋଇ ସାରିଛି। ଏହା ଟାଇଫଏଡ୍‌ ସଂକ୍ରମିତଙ୍କ ଉପରେ ପ୍ରୟୋଗ କରିବା ଦ୍ୱାରା ବେଶ୍‌ ସଫଳତା ମିଳିପାରିଛି।

Share