Categories: ଖେଳ

ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଜଣେ ଭାରତୀୟ ଦର୍ଶକ

ଲଣ୍ଡନ,୨୪।୬: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଆଇସିସି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରିଛି। ଗତ ମ୍ୟାଚରେ ଭାରତଠାରୁ ପରାସ୍ତ ହେବାପରେ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଦଳ ଏହି ମ୍ୟାଚ୍‌ ଜିତି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖଛି। ଏହି ମ୍ୟାଚ୍‌ରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ପାକିସ୍ତାନ ଦଳକୁ ସମର୍ଥନ କରିବାକୁ ଷ୍ଟାଡିୟମରେ ଜଣେ ଭାରତୀୟ ଉପସ୍ଥିତ ଥିଲେ। ଭାରତୀୟ ଦଳର ଜର୍ସି ପିନ୍ଧି ଦୁଇ ପାକିସ୍ତାନ ଫ୍ୟାନ୍‌ ସହ ଏକ ପ୍ଲା କାର୍ଡ ଧରି ସେ ଛିଡାହୋଇଥିଲେ। ଯେଉଁଥିରେ ଲେଖା ଥିଲା ପଡୋଶୀଙ୍କ ସପକ୍ଷରେ..କମ୍‌ଅନ୍‌ ପାକିସ୍ତାନ। ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କ୍ରିକେଟ ବିଶ୍ୱକପରେ ଟୁଇଟରେ ଏହି ଫଟୋଟି ପୋଷ୍ଟ କରାଯାଇ ‘ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌’ ବୋଲି ଲେଖାଯାଇଛି।

Share