Categories: ଖେଳ

ପାକିସ୍ତାନ ଦଳରେ କାଦିରଙ୍କ ପୁଅ ଉସ୍‌ମାନ

କରାଚୀ, ୨୧ା୧୦ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ ସିରିଜ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳ ଘୋଷଣା କରାଯାଇଛି। ଟି୨୦ ଦଳରେ କିମ୍ବଦନ୍ତୀ ସ୍ବର୍ଗତ ସ୍ପିନର ଅବ୍‌ଦୁଲ କାଦିରଙ୍କ ପୁଅ ଉସ୍‌ମାନଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ନିକଟରେ ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ସର୍ଫରାଜ ଅହମ୍ମଦଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍‌ରୁ ଉପେକ୍ଷା କରାଯାଇଛି। ୨୬ବର୍ଷୀୟ ଉସ୍‌ମାନ ହେଉଛନ୍ତି ଜଣେ ଲେଗ୍‌ ସ୍ପିନ ଅଲରାଉଣ୍ଡର। ଆସନ୍ତା ମାସରେ ଖେଳାଯିବାକୁ ଥିବା ୩ଟି ଅନ୍ତର୍ଜାତୀୟ ଟି୨୦ ପାଇଁ ପାକିସ୍ତାନ ଦଳରେ ସ୍ଥାନ ପାଇଛନ୍ତି। ଉସ୍‌ମାନ ଗତ ସିଜନରେ ଅଷ୍ଟ୍ରେଲିଆରେ ବିଗ୍‌ ବାଶ୍‌ ଲିଗ୍‌ ଖେଳିଥିଲେ। ତାଙ୍କୁ ଯଦି ପାକିସ୍ତାନ ଜାତୀୟ ଦଳରେ ସ୍ଥାନ ନ ମିଳେ ତେବେ ସେ ଅଷ୍ଟ୍ରେଲିଆରେ ସ୍ଥାୟୀ ବାସ କରି ସେଠାରେ ଖେଳିବାକୁ ସ୍ଥିର କରିଥିବା ଶୁଣିବାକୁ ମଳିଥିଲା। ଶୋଏବ ମଲିକ, ମହମ୍ମଦ ହାଫିଜ୍‌ ଏବଂ ଅହମ୍ମଦ ଶେହଜାଦଙ୍କ ଭଳି ସିନିୟର ଖେଳାଳିଙ୍କୁ ମଧ୍ୟ ଟି୨୦ ଦଳରେ ସ୍ଥାନ ମିଳି ନାହିଁ। ତିନୋଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ନଭେମ୍ବର ୩ (ସିଡ୍‌ନୀ), ୫ (କାନବେରା) ଏବଂ ୮ ତାରିଖରେ (ପର୍ଥ) ଖେଳାଯିବାକୁ କାର୍ଯ୍ୟକ୍ରମ ରହିଛି। ପରେ ଦୁଇଟି ଟେଷ୍ଟ ମ୍ୟାଚ ବ୍ରିସ୍‌ବେନ (ନଭେମ୍ବର ୨୧ରୁ ୨୫) ଏବଂ ଆଡିଲେଡ୍‌ (ନଭେମ୍ବର ୨୯ରୁ ଡିସେମ୍ବର ୩)ଠାରେ ଖେଳାଯିବ। ଖରାପ ଫର୍ମ ଏବଂ ଦୁର୍ବଳ ନେତୃତ୍ୱ ପାଇଁ ଗତ ଶୁକ୍ରବାର ସମସ୍ତ ୩ଟି ଫର୍ମାଟର ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ସର୍ଫରାଜଙ୍କୁ ଅଷ୍ଟ୍ରେଲିଆ ଟୁର୍‌ ପାଁ ମନୋନୀତ କରାଯାଇ ନାହିଁ। ତେବେ ସର୍ଫରାଜଙ୍କ କ୍ୟାରିୟର ଶେଷ ହୋଇ ନାହିଁ। ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିଲେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ମୁଖ୍ୟ କୋଚ୍‌ ତଥା ମୁଖ୍ୟ ଚୟନକର୍ତ୍ତା ମିସ୍‌ବା-ଉଲ ହକ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାକିସ୍ତାନ ଚୟନକର୍ତ୍ତାମାନେ ଉଭୟ ଫର୍ମାଟ ପାଇଁ ସର୍ଫରାଜଙ୍କ ସ୍ଥାନରେ ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜ୍‌ଓ୍ବାନଙ୍କୁ ଦଳରେ ସ୍ଥସ୍‌ାନ ଦେଇଛନ୍ତି। ବାମହାତୀ ସ୍ପିନର କ ସିଫ ଭଟ୍ଟିଙ୍କ ସମେତ ଯୁବ ଫାଷ୍ଟ ବୋଲର ମୂଷା ଖାଁ, ନସିମ ଶାହ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ମନୋନୀତ ହୋଇଛନ୍ତି। ଏମାନେ ସମସ୍ତେ ପାକିସ୍ତାନ ତରଫରୁ କୌଣସି ଫର୍ମାଟରେ ଖେଳି ନାହାନ୍ତି।

Share