Categories: ଖେଳ

ପାକିସ୍ତାନ ଦଳ ସହ ରହିବେ ରିଜଓ୍ବାନ, ଆବିଦ୍‌

କରାଚି, ୨୮।୫(ପି.ଟି.)-ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଓ ଆବିଦ୍‌ ଅଲି ବିଶ୍ୱକପ୍‌ ପର୍ଯ୍ୟନ୍ତ ପାକିସ୍ତାନ ଦଳ ସହ ରହିବେ। ଜାତୀୟ ଟିମ୍‌ ମ୍ୟାନେଜମେଣ୍ଟଙ୍କ ଅନୁରୋଧକ୍ରମେ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ଦୁଇଜଣଙ୍କୁ ବ୍ୟାକ୍‌-ଅପ୍‌ ଖେଳାଳି ଭାବେ ଦଳ ସହ ଇଂଲଣ୍ଡରେ ରହିବାକୁ ଅନୁମତି ପ୍ରଦାନ କରିଛି। ୟୁଏଇରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୨ଟି ଶତକ ହାସଲ କରିବା ସତ୍ତ୍ୱେ ଉଇକେଟ୍‌କିପର ରିଜଓ୍ବାନ ବିଶ୍ୱକପ୍‌ ଲାଗି ଘୋଷିତ ୧୫ ଜଣିଆ ପାକିସ୍ତାନ ଦଳରେ ସ୍ଥାନ ପାଇପାରି ନ ଥିଲେ। ସେହିଭଳି ଆବିଦ୍‌ ପ୍ରିଲିମିନାରୀ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଫାଇନାଲ ଟିକେଟ୍‌ରୁ ବଞ୍ଚତ୍ତ ହୋଇଥିଲେ। ତାଙ୍କ ସ୍ଥାନରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆସିଫ୍‌ ଅଲିଙ୍କୁ ବିଶ୍ୱକପ୍‌ ସୁଯୋଗ ମିଳିଥିଲା। ନିକଟରେ ପାକିସ୍ତାନ ସୀମିତ ଓଭର ସିରିଜ ଖେଳିବା ଲାଗି ଇଂଲଣ୍ଡ ଟୁର୍‌ ଯାଇଥିଲା। ସେହି ଦଳରେ ଏହି ଦୁଇ ଖେଳାଳି ସ୍ଥାନ ପାଇଥିଲେ। ତେଣୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ବଦଳରେ ସେମାନେ ବିଶ୍ୱକପ୍‌ ଲାଗି ବ୍ୟାକ୍‌-ଅପ୍‌ ଖେଳାଳିଭାବେ ଦଳ ସହ ଇଂଲଣ୍ଡରେ ରହିବାକୁ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଥିଲା।

Share