ପାକିସ୍ତାନ ଧୂଳିଝଡ଼ ଭାରତ ମୁହାଁ: ଉତ୍ତର ଭାରତରେ ଆଲର୍ଟ ଜାରି

ଇସଲାମାବାଦ୍‌/ନୂଆଦିଲ୍ଲୀ,୧୨।୬: ପାକିସ୍ତାନ ଏବଂ ଆଫଗାନୀସ୍ତାନରୁ ଧୂଳିଝଡ଼ ଭାରତ ମୁହାଁ ହୋଇଛି। ଏହା ବୁଧବାର ଅପରାହ୍ନ ସୁଦ୍ଧା ଉତ୍ତରଭାରତରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଉତ୍ତରଭାରତରେ ଆଲର୍ଟ ଜାରି ହୋଇଛି। ଧୂଳିଝଡ଼ ଯୋଗୁ ଆଗାମୀ ୨-୩ଦିନ ପ୍ରଭାବିତ ଅଞ୍ଚଳର ବାୟୁମଣ୍ଡଳରେ ଧୂଳିକଣା ବୃଦ୍ଧି ପାଇବାରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ଆଶଙ୍କା କରାଯାଉଛି।

Share