ନୂଆଦିଲ୍ଲୀ,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୌଦି ଅରବ ଗସ୍ତ ପାଇଁ ପାକିସ୍ତାନର ଆକାଶପଥ ବ୍ୟବହାର କରିବାକୁ ଭାରତ ଅନୁମତି ମାଗିଥିଲା। ହେଲେ ଏହାକୁ ନ ଦେବା ଲାଗି ପାକିସ୍ତାନ ମନା କରିଦେଇଥିଲା। ଏହାପରେ ଭାରତ ଏହାକୁ ନେଇ ଇଣ୍ଟରନ୍ୟାଶନାଲ ସିଭିଲ ଆଭିଏଶନ ଅର୍ଗାନାଇଜେଶନ(ଆସିଏଓ)ରେ ଅଭିଯୋଗ କରିଥିବା ଜଣାପଡିଛି। ପାକିସ୍ତାନ ନିୟମ ଉଲ୍ଲଂଘନ ସହ ମନମୁଖୀ ନିଷ୍ପତ୍ତି ନେଉଥିବା କହିଛି ଭାରତ। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ତା’ର ଆକାଶ ମାର୍ଗକୁ ବ୍ୟବହାର କରିବାକୁ ମନା କରି ଦେଇଥିଲା।