Categories: ଖେଳ

ପାକିସ୍ତାନ ନାଗରିକତା ପାଇଁ ଆବେଦନ କଲେ ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ

କରାଚୀ,୨୧।୨- ପାକିସ୍ତାନ ସୁପର ଲିଗ୍‌ (ପିସିବି)ର ୫ମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଡିଫେଣ୍ଡିଂ ଚାମ୍ପିୟନ କୁଏଟା ଗ୍ଲାଡିଏଟର୍ସ ୩ ଉଇକେଟରେ ଉଦ୍‌ଘାଟନୀ ମ୍ୟାଚ୍‌କୁ ଜିତି ନେଇଛି। ପ୍ରଥମ ଥର ପାଇଁ ପୂରା ପିଏସ୍‌ଏଲ ପାକିସ୍ତାନରେ ଖେଳାଯାଉଛି। ଲିଗ୍‌ରେ ୩୬ ଜଣ ବିଦେଶୀ ଷ୍ଟାର ଖେଳାଳି ଅଂଶଗ୍ରହଣ କରିଛନ୍ତି। ତାଲିକାରେ ରହିଛନ୍ତି ଦୁଇ ଥର ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଓ୍ବେଷ୍ଟିଣ୍ଡିଜ ଦଳର ଅଧିନାୟକ ଡାରେନ ସାମି। ସେ ଶୀଘ୍ର ପାକିସ୍ତାନ ନାଗରିକତା ଗ୍ରହଣ କରିପାରନ୍ତି। ଏବେ ସେ ଦେଶର ନାଗରିକତା ଲାଗି ଆବେଦନ କରିଛନ୍ତି। ପେଶାଓ୍ବର ଜାଲମି କ୍ଲବ ମାଲିକ ଜାଭେଦ ଆଫ୍ରିଦୀ ଏ ନେଇ ସ୍ପଷ୍ଟ କରିଛନ୍ତି। ତାଙ୍କ ପାଇଁ ଆମେ ଆବେଦନ କରିଛୁ। ଆବେଦନ ପତ୍ର ଏବେ ରାଷ୍ଟ୍ରପତିଙ୍କ ନିକଟରେ ଅଛି। ସାମିଙ୍କ କ୍ଷେତ୍ରରେ ସାହାଯ୍ୟ କରିବାକୁ ପିସିବି ଅଧ୍ୟକ୍ଷଙ୍କୁ ମୁଁ ଅନୁରୋଧ କରୁଛି ବୋଲି ଜାଭେଦ କହିଛନ୍ତି।

Share