ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ

ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍‌ ନାଳରୁ ଉଦ୍ଧାର କରାଯାଇଛି। ପାକିସତାନ ରେଞ୍ଜର୍ସ ପକ୍ଷରୁ ଏହି ସୂଚନା ବିଏସଏଫ ଜମ୍ମୁ ୟୁନିଟକୁ ପଠାଇଦିଆଯାଇଛି। ଖୁବ୍‌ଶୀଘ୍ର ପରିତୋଷଙ୍କ ମୃତଦେହ ପାକିସ୍ତାନ ପଠାଇଦେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପାଟ୍ରୋଲିଂ କରୁଥିବାବେଳେ ୪ ଦିନ ହେବ ନିଖୋଜ ଥିଲେ। ବିଏସଏଫରେ ସେ ସବଇନସପେକ୍ଟର ପଦବୀରେ ନିୟୋଜିତ ଥିଲେ। ସେ ଓ ଦୁଇ ଜଣ କନଷ୍ଟେବଳ ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାବଶତଃ ପରିତୋଷ ନଦୀରେ ଖସି ପଡ଼ିଥିଲେ। ଏହାପରେ ଏହି ନିଖୋଜ ବିଏସଏଫ ଯବାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଥିଲା। ପାକିସ୍ତାନକୁ ମଧ୍ୟ ଏ ବାବଦରେ ସୂଚନା ଦିଆଯାଇଥିଲା। ଯଦି ପରିତୋଷଙ୍କ ବାବଦରେ ସୂଚନା ମିଳେ ତାହେଲେ ତୁରନ୍ତ ଭାରତକୁ ଖବର ଦେବାପାଇଁ କୁହାଯାଇଥିଲା। ପରିତୋଷ ମଣ୍ଡଳ ବିଏସଏଫର ୩୬ ବାଟାଲିୟନ ସହ ଜଡ଼ିତ ଥିଲେ।

Share