Categories: ଖେଳ

ପାକିସ୍ତାନ ପକ୍ଷରୁ ଖେଳିବାରେ ଇର୍ଫାନ ବୟୋଜେଷ୍ଠ ପେସର

ସିଡ୍‌ନୀ,୩।୧୧- ୧୯୯୨ରେ ଇମ୍ରାନ ଖାଁଙ୍କ ପରେ ବୟୋଜେଷ୍ଠ ପେସର ଭାବେ ମହମ୍ମଦ ଇର୍ଫାନ ପାକିସ୍ତାନ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଏଠାରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି୨୦ ମ୍ୟାଚ୍‌ରେ ସେ ଏହି ସଫଳତା ପାଇଛନ୍ତି। ଇର୍ଫାନଙ୍କ ବୟସ ଏବେ ୩୭। ଇମ୍ରାନ ୩୯ ବୟସରେ ପାକିସ୍ତାନ ପାଇଁ ୧୯୯୨ ବିଶ୍ୱକପ୍‌ ଖେଳିଥିଲେ। ମୋଟ ଉପରେ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବୟୋଜେଷ୍ଠ ଖେଳାଳି ହେଉଛନ୍ତି ମିରାନ ବଖଶ। ସେ ୪୭ ବୟସରେ ୧୯୫୫ରେ ଦେଶ ପାଇଁ ଏକମାତ୍ର ମ୍ୟାଚ୍‌ ଖେଳିଥିଲେ।

Share