Categories: ଜାତୀୟ

ପାକିସ୍ତାନ ପଳାଇବାକୁ ଚେଷ୍ଟା କରୁଛନ୍ତି କମଲେଶଙ୍କ ହତ୍ୟାକାରୀ

ଲକ୍ଷ୍ନୌ,୨୧।୧୦: ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ଆଖିରେ ଧୂଳିଦେଇ ଫେରାର ଅଛନ୍ତି। ଶେଖ ଅଶଫାଖ ହୁସେନ ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ ଏବେ ପାକିସ୍ତାନ ପଳାଇ ଯିବାକୁ ଚେଷ୍ଟା କରୁଥିବା ପୋଲିସ କହିଛି। କାରଣ ଏମାନଙ୍କ ଗତିବିଧି ରବିବାର ଶେଷ ଥର ପାଇଁ ଅମ୍ବାଲା ପାଖରେ ଦେଖିବାକୁ ମିଳିଥିଲା, ଯାହା ଓ୍ବାଘା ବର୍ଡରଠାରୁ ମାତ୍ର ୨୮୫ କିଲୋମିଟର ଦୂରରେ ଅବସ୍ଥିତ। ରବିବାର ବିଳମ୍ବିତ ସନ୍ଧ୍ୟାରେ ଏମାନଙ୍କ ଲୋକେଶନ ଦିଲ୍ଲୀ-ଅମୃତସର ରାସ୍ତାରେ ମିଳିଥିଲା ବୋଲି ପୋଲିସ କହିଛି। ଏହାପରେ ପୋଲିସ ତୁରନ୍ତ ଚଣ୍ଡିଗଡ ରେଲଓ୍ବେ ଷ୍ଟେଶନରେ ପହଞ୍ଚିଥିବା ବେଳେ ଏମାନଙ୍କର କୌଣସି ସୂଚନା ପାଇପାରି ନ ଥିଲା। ତେବେ ପୋଲିସର ସୂଚନା ମୁତାବକ ଏମାନେ ବାରମ୍ବାର ବେଶ ବଦଳାଇବା ସହ ପ୍ରତି ୭-୮ ଘଣ୍ଟାରେ ଥରେ ମୋବାଇଲ ଅନ୍‌ କରି ପୁଣି ଅଫ୍‌ କରି ଦେଉଛନ୍ତି।

Share