ପାକିସ୍ତାନ ପ୍ରଧାନମନ୍ତ୍ରୀ ହେଲେ ହଟହଟା: ଅନ୍ୟ ଦେଶର ବିମାନରେ ଆମେରିକା ଗଲେ, ସ୍ବାଗତ କରିବାକୁ ବି କେହି ଆସିଲେନି

ଓ୍ବାଶିଂଟନ, ୨୨।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘର ସାଧାରଣ ଅଧିବେଶନରେ ଯୋଗଦେବା ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ହଟହଟା ହେବାକୁ ପଡିଛି। ଆମେରିକାର କୌଣସି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦର ଆସି ନ ଥିଲେ। ଇମ୍ରାନ ଖାନ ସୌଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସ୍ବତନ୍ତ୍ର ବିମାନ ଯୋଗେ ଆମେରିକା ପହଞ୍ଚିଥିବା ସୂଚନା ମିଳିଛି। ଆମେରିକା ପହଞ୍ଚିବା ଆଗରୁ ଇମ୍ରାନ ୨ ଦିନ ପାଇଁ ସୌଦିି ଆରବ ଗସ୍ତରେ ଥିଲେ। ସେ ସାଉଦିରୁ କମର୍ସିଆଲ ବିମାନ ଯୋଗେ ଆମେରିକା ଯିବାର ଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ସେ ସଲମାନଙ୍କ ସ୍ବତନ୍ତ୍ର ବିମାନ ଯୋଗେ ଯାଇଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକିସ୍ତାନୀ ବିମାନ ନନେଇ କାହିଁକି ସାଉଦି ବିମାନରେ ଗଲେ ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠୁ ରୋଚକ କଥା ହେଉଛି ଆମେରିକ ବିମାନବନ୍ଦରରେ ଇମ୍ରାନଙ୍କୁ ସ୍ବାଗତ କରିବାକୁ କେହି ଆସି ନ ଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଥିବାବେଳେ ତାଙ୍କୁ ସ୍ବାଗତ କରିବା ପାଇଁ ରେଡ୍‌ କାର୍ପେଟ୍‌ ବିଛାଯାଇଥିଲା। ଆମେରିକାର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

Share