ପାକିସ୍ତାନ ବଳରେ ବଳୀୟାନ୍‌ ତୁର୍କୀ: ବଢୁଛି ଆମେରିକା ଚିନ୍ତା

ଆଙ୍କ୍ରା,୨୩।୧୦: ତୁର୍କୀ ପରମାଣୁ ବୋମା ତିଆରି କରିବ ବୋଲି ସୂଚନା ଦେଇଛି। ପୂର୍ବରୁ ତୁର୍କୀ ପାଖରେ ଏହାର ଜ୍ଞାନକୌଶଳ ନ ଥିବାବେଳେ ଏବେ କିଭଳି ପରମାଣୁ ବୋମା କୌଶଳ ହାତେଇଛି ସେ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ମଧ୍ୟ ଏସିଆର ଏକ ମାତ୍ର ଦେଶ ଭାବେ ତୁର୍କୀ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିଲା। ହୁଏତ ଏହାର ପୁରସ୍କାର ସ୍ବରୂପ ପାକିସ୍ତାନ ତୁର୍କୀକୁ ପରମାଣୁ ବୋମା ନିର୍ମାଣ ଜ୍ଞାନକୌଶଳ ବିକ୍ରି କରିଥାଏ ବୋଲି ଅନୁମାନ କରାଯାଉଛି। ତେବେ ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ସିରିୟାରେ ଆମେରିକା ବିଦ୍ରୋହୀଙ୍କ ବିରୋଧରେ ଲଢ଼େଇ ଜାରି ରଖିଥିବାବେଳେ କୁର୍ଦ୍ଦ ସମସ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୈୟାପ ଏରଡୋଗାନ୍‌ ଏଭଳି ଘୋଷଣା ଯୋଗୁ ପେଣ୍ଟାଗନ୍‌ର ଚିନ୍ତା ବଢ଼ି ଚାଲିଛି ।

Share