ନୂଆଦିଲ୍ଲୀ,୧୬।୯: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ରେ ଅପରେଟିଙ୍ଗ୍ କ୍ଷତି ୪୬୦୦ କୋଟି ଟଙ୍କା ପହଞ୍ଚତ୍ଛି। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି, ବୈଦେଶିକ ମୁଦ୍ରା ବିନିମୟରେ ଅସ୍ଥିରତା, ସର୍ବୋପରି ପାକିସ୍ତାନ ବାୟୁ ସୀମା ପ୍ରବେଶ ଉପରେ କଟକଣା ଲାଗୁ ହେବା ଯୋଗୁ ଏୟାର ଇଣ୍ଡିଆର ଅପରେଟିଙ୍ଗ୍ କ୍ଷତି ବଢ଼ିଛି। ତେବେ ଋଣରେ ବୁଡ଼ି ରହିଥିବା କମ୍ପାନୀ ୨୦୧୯-୨୦ରେ ଲାଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, କଠିନ ବ୍ୟବସାୟୀକୁ ପରିସ୍ଥିତି କାରଣରୁ ଉକ୍ତ ଏୟାରଲାଇନ କମ୍ପାନୀର ନେଟ୍ କ୍ଷତି ୮୪୦୦ କୋଟି ଟଙ୍କା ହୋଇଥିବା ବେଳେ ମୋଟ ରାଜସ୍ବ ଆୟ ୨୬,୪୦୦ କୋଟି ଟଙ୍କା ହୋଇଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ୨୦୧୯-୨୦ରେ କମ୍ପାନୀ ୭୦୦ରୁ ୮୦୦ କୋଟି ଟଙ୍କାର ଅପରେଶନାଲ ଲାଭ ହାସଲ କରିବ ବୋଲି ଅନୁମାନ କରାଯାଉଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଆର୍ଥିକ ବର୍ଷରେ ଅଶୋଧିତ ତେଲ ଦର ବୃଦ୍ଧି ପାଇନାହିଁ।