‘ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବ ଭାରତ’

ଲଣ୍ଡନ,୧।୬- ଚଳିତ ମାସ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ କେଉଁ ଦଳ ଜିତିବା ନେଇ ବହୁ ଆଲୋଚନା ଜାରି ରହିଛି। କିନ୍ତୁ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମଙ୍କ ମତରେ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଭାରତ ତା’ର ଅପରାଜେୟ ଧାରା ବଜାୟ ରଖିବ। ଏଥିସହିତ ଭାରତ ଖେଳିବାକୁ ଥିବା ୯ ମ୍ୟାଚ୍‌ରୁ ୮ଟି ବିଜୟ ଓ ଗୋଟଏରେ ପରାଜୟ ବରଣ କରିବ। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳକୁ କେବଳ ଆୟୋଜକ ଇଂଲଣ୍ଡ ହରାଇବ ବୋଲି ମ୍ୟାକୁଲମ ହିସାବ କରିଛନ୍ତି। ଭାରତ ଭଳି ଇଂଲଣ୍ଡ ୮ ମ୍ୟାଚ୍‌ରେ ବିଜୟ ହାସଲ କରିବ। ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତି ଟୁର୍ନାମେଣ୍ଟରେ ଆଗକୁ ବଢ଼ିବ। ନ୍ୟୁଜିଲାଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ୫ଟି ଲେଖାଏ ମ୍ୟାଚ୍‌ରେ ବିଜୟ ହାସଲ କରିବେ। ଚାରି ଦଳ ମଧ୍ୟରୁ କେବଳ ଗୋଟିଏ ଦଳ ହିଁ ସେମିଫାଇନାଲ ଖେଳିପାରିବ। ଏଣୁ ନେଟ୍‌ ରନରେଟ୍‌, ବର୍ଷା ଓ ଭାଗ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ତେବେ ଆଫଗାନିସ୍ତାନ ଦୁଇଟି ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଶେଷ କରିବ। ଶ୍ରୀଲଙ୍କା ଓ ବାଂଲାଦେଶକୁ ଆଫଗାନିସ୍ତାନ ହରାଇବ ବୋଲି ଭାଷ୍ୟକାର ପ୍ୟାନେଲରେ ସ୍ଥାନ ପାଇଥିବା ୩୭ ବର୍ଷୀୟ ମ୍ୟାକୁଲମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ହାରିବା ସତ୍ତ୍ୱେ ହୃଦୟ ଜିତିଲେ ଧୋନୀ: ପଡ଼ିଆରେ କଲେ ଏମିତି କାମ, ଦେଖନ୍ତୁ ଭିଡିଓ

ଚେନ୍ନାଇ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ ବ୍ୟବଧାନରେ ପରାସ୍ତ...

ନମ୍ବର-୯ରେ ବ୍ୟାଟିଂ କରିବାକୁ ଆସି ଟ୍ରୋଲ ହେଉଛନ୍ତି ଧୋନି, CSK କୋଚ ଖୋଲିଲେ ଏହା ପଛର ରହସ୍ୟ

ନୂଆଦିଲ୍ଲୀ,୩୧।୩: ଏମଏସ ଧୋନି ଆଇପିଏଲ ୨୦୨୫ରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଛନ୍ତି। ଏହି ବ୍ୟାଟିଂ ପୋଜିସନକୁ ଆସିବା ପରେ, ଧୋନିଙ୍କୁ ବହୁତ ଟ୍ରୋଲ କରାଯାଉଛି।...

ଧୋନି ଆଉଟ ହେବା ପରେ କ୍ୟୁଟ ଗର୍ଲଙ୍କ ଖୁବ ହେଉଛି ଚର୍ଚ୍ଚା, ଗୋଟିଏ ରିଆକ୍ସନରେ ପାଲଟିଗଲେ ସୋସିଆଲ ମିଡିଆ ଷ୍ଟାର

ନୂଆଦିଲ୍ଲୀ,୩୧।୩: ଚେନ୍ନାଇ ସୁପର କିଙ୍ଗସ IPL ୨୦୨୫ରେ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗୁଆହାଟୀରେ ଖେଳାଯାଇଥିବା IPL ୨୦୨୫ର ୧୧ ତମ ମ୍ୟାଚରେ ରାଜସ୍ଥାନ...

ଆଜିଠୁ ନ୍ୟାଶନାଲ ଖୋ ଖୋ ଚାମ୍ପିୟନଶିପ୍‌

ପୁରୀ,୩୧ା୩(ଅଜିତ୍‌ କୁମାର ମହାନ୍ତି): ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ଏବଂ ଓଡ଼ିଶା ଖୋ ଖୋ ଆସୋସିଏଶନର ମିଳିତ ସହଯୋଗରେ ୫୭ତମ ସିନିୟର ନ୍ୟାଶନାଲ ଖୋ...

ଧୋନିଙ୍କ ବଡ଼ ଦୃଦୟ, ଆଶାବାଡ଼ି ଧରି ଚାଲୁଥିବା ରାହୁଲ ଦ୍ରାବିଡଙ୍କୁ ଭେଟି ପଚାରିଲେ…

ନୂଆଦିଲ୍ଲୀ,୩୧।୩: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ଲଗାତାର ଦ୍ୱିତୀୟ ପରାଜୟ ବରଣ କରିଛି। ଗତ ରବିବାର, ରାଜସ୍ଥାନ ରୟାଲ୍ସ ସିଏସକେକୁ ୬ ରନର ନିକଟତମ...

IPL 2025: ଦ୍ୱିତୀୟ ବିଜୟ ସହ ୨ୟରେ ଦିଲ୍ଲୀ, ଷ୍ଟାର୍କଙ୍କୁ ୫ ଉଇକେଟ

ବିଶାଖାପାଟଣା, ୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଅନୁଷ୍ଠିତ ଡବଲ ହେଡରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ଉଇକେଟରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ...

ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ

ଗୁଆହାଟୀ, ୩୦।୩: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ପ୍ରଭାବୀ ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ...

୧୦,୦୦୦ ମିଟର ରେସ୍‌ରେ ଗୁଲ୍‌ବୀରଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ,୩୦ା୩: କାଲିଫର୍ନିଆର ସାନ୍‌ ଜୁଆନ କାପିଷ୍ଟ୍ରାନୋଠାରେ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ଅନ୍ତର୍ଗତ ଦି ଟେନ୍‌ ଟ୍ରାକ୍‌ ଫେଷ୍ଟିଭାଲ ଇଭେଣ୍ଟର ୧୦, ୦୦୦ ମିଟର ରେସ୍‌ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image