Advertisement

‘ପାକିସ୍ତାନ ବିପକ୍ଷରେ ଅପରାଜେୟ ଧାରା ବଜାୟ ରଖିବ ଭାରତ’

ଲଣ୍ଡନ,୧।୬- ଚଳିତ ମାସ ୧୬ ତାରିଖରେ ମାଞ୍ଚେଷ୍ଟରଠାରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ କେଉଁ ଦଳ ଜିତିବା ନେଇ ବହୁ ଆଲୋଚନା ଜାରି ରହିଛି। କିନ୍ତୁ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମଙ୍କ ମତରେ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଚାଲିଥିବା ଭାରତ ତା’ର ଅପରାଜେୟ ଧାରା ବଜାୟ ରଖିବ। ଏଥିସହିତ ଭାରତ ଖେଳିବାକୁ ଥିବା ୯ ମ୍ୟାଚ୍‌ରୁ ୮ଟି ବିଜୟ ଓ ଗୋଟଏରେ ପରାଜୟ ବରଣ କରିବ। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳକୁ କେବଳ ଆୟୋଜକ ଇଂଲଣ୍ଡ ହରାଇବ ବୋଲି ମ୍ୟାକୁଲମ ହିସାବ କରିଛନ୍ତି। ଭାରତ ଭଳି ଇଂଲଣ୍ଡ ୮ ମ୍ୟାଚ୍‌ରେ ବିଜୟ ହାସଲ କରିବ। ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତି ଟୁର୍ନାମେଣ୍ଟରେ ଆଗକୁ ବଢ଼ିବ। ନ୍ୟୁଜିଲାଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ୫ଟି ଲେଖାଏ ମ୍ୟାଚ୍‌ରେ ବିଜୟ ହାସଲ କରିବେ। ଚାରି ଦଳ ମଧ୍ୟରୁ କେବଳ ଗୋଟିଏ ଦଳ ହିଁ ସେମିଫାଇନାଲ ଖେଳିପାରିବ। ଏଣୁ ନେଟ୍‌ ରନରେଟ୍‌, ବର୍ଷା ଓ ଭାଗ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ। ତେବେ ଆଫଗାନିସ୍ତାନ ଦୁଇଟି ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଶେଷ କରିବ। ଶ୍ରୀଲଙ୍କା ଓ ବାଂଲାଦେଶକୁ ଆଫଗାନିସ୍ତାନ ହରାଇବ ବୋଲି ଭାଷ୍ୟକାର ପ୍ୟାନେଲରେ ସ୍ଥାନ ପାଇଥିବା ୩୭ ବର୍ଷୀୟ ମ୍ୟାକୁଲମ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel