Advertisement

ପାକିସ୍ତାନ ବିପକ୍ଷରେ ଭାରତର ବିଜୟକୁ ନେଇ ଏମିତି ଟୁଇଟ୍‌ କଲେ ସଲମାନ

ଚଳିତ ଆଇସିସି ବିଶ୍ୱକପର ଏକ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏହି ବିଜୟ ଆଣି ଦେଇଛି। ଏହି ମହାବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ ଷ୍ଟାର୍‌ ସଲମାନ ଖାନ୍‌। ସେ ନିଜ ଟୁଇଟରେ ଫିଲ୍ମ ଭାରତ୍‌ ଷ୍ଟାଇଲ୍‌ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନନ୍ଦନ ଟିମ୍‌ ଭାରତ ଲେଖି ସେ ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ନିକଟରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ୍‌’ ରିଲିଜ୍‌ ହୋଇଥିଲା। ଯାହା ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share