ପାକିସ୍ତାନ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ସାଦିକ୍ୱାବାଦ,୧୨।୧: ଯାନ୍ତ୍ରୀକ ତ୍ରୁଟି ଯୋଗୁ ରବିବାର ପାକିସ୍ତାନ ଫେଡେରାଲ ଡିପାର୍ଟମେଣ୍ଟର ପ୍ଲାଣ୍ଟ ପ୍ରୋଟେକଶନ୍‌ ୟୁନିଟର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁନୟା ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନରେ ବ୍ୟାପୁଥିବା ପଙ୍ଗପାଳଙ୍କୁ ମାରିବା ପାଇଁ ଜିଲା ପ୍ରଶାସନ ଦ୍ୱାରା ସେମାନଙ୍କୁ ବିମାନ ମାଧ୍ୟମରେ ଆକାଶମାର୍ଗରୁ କୀଟନାଶନ ପକାଇବାକୁ ଡକାଯାଇଥିଲା। ତେବେ ଯାନ୍ତ୍ରୀକ ତ୍ରୁଟିଯୋଗୁ ବିମାନ ଖସିପଡିବାରୁ ସେଥିରେ ଥିବା ଦୁଇ ପାଇଲଟ ସୋଏବ ମଲିକ ଓ ଫଓ୍ବାଦ ବୁଟଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ଜାନୁୟାରୀ ୭ରେ ମଧ୍ୟ ପାକିସ୍ତାନ ସେନାର ବିମାନ ଦୁର୍ଘଟଣା ହେବା ଫଳରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

Share