Categories: ଜାତୀୟ

ପାକିସ୍ତାନ ବିମାନ ଦୁର୍ଘଟଣା: ସମବେଦନା ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୨।୫: ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ଲାହୋରରୁ କରାଚି ଯାଉଥିବା ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ(ପିଆଇଏ)ର ଏକ ବିମାନ ଦୁର୍ଘଟଣାର ଶିକାର ହୋଇଛି। ବିମାନଟି କରାଚି ବିମାନ ବନ୍ଦର ନିକଟରେଥିବା ଜନବସତି ଅଞ୍ଚଳରେ ଖସିପଡିବା ଫଳରେ ସେଠାରେ କେତେଗୁଡିଏ କୋଠାରେ ନିଆଁ ଲାଗିଯାଇଥିବା ଦେଖାଯାଇଥିଲା। ବିମାନଟି କରାଚି ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏଥିରେ ୮ କ୍ରିୟୁ ମେମ୍ବରଙ୍କ ସହ ୯୦ ଜଣ ଯାତ୍ରୀ ଥିବା କୁହାଯାଉଛି। ମୃତାହତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଖବର ମିଳିନାହିଁ।

Share