Categories: ଖେଳ

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲରେ ଏହି କଥା କହିଛନ୍ତି ସୋଏବ। ସେମିଫାଇନାଲ ଚାପରେ ନ୍ୟୁଜିଲାଣ୍ଡ ଦଳ ଖେଳିପାରିବ ନାହିଁ, ଭାରତ ବୋଲିଂ ବିଭାଗ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି। ବାସ୍ତବରେ କହିବାକୁ ଗଲେ ଉପମହାଦେଶୀ ଦଳ ହିଁ ଏଥର ବିଶ୍ୱକପ ଜିତୁ ବୋଲି ମୁଁ ଚାହୁଁଛି, ତେଣୁ ଭାରତକୁ ସମର୍ଥନ କରିବି ବୋଲି ସୋଏବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନ ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡଠାରୁ ଭଲ ଖେଳିଛି କିନ୍ତୁ ନେଟ୍‌ ରନରେଟ୍‌ ଯୋଗୁ ଦଳକୁ ବିଶ୍ୱକପରୁ ବାହାର ହେବାକୁ ପଡିଛି। ଭାରତୀୟ ଦଳର ରୋହିତ ଶର୍ମାଙ୍କ ଭଳି ବିଶ୍ୱବିଜୟୀ ଖେଳାଳି ଥିବାରୁ ଦଳ ଏଥର ବିଶ୍ୱକପ୍‌ ହାତେଇବାର ପ୍ରବଳ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Share