ପାକିସ୍ତାନ ବୋମା ବିସ୍ଫୋରଣ: ୩ ମୃତ, ୫୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୧୯ ।୮: ପାକିସ୍ତାନର ବହୱଲନଗରରେ ଗୁରୁବାର ଶିୟା ମୁସଲମାନଙ୍କ ଏକ ଯାତ୍ରାରେ ବିସ୍ଫୋରଣ ହୋଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟ, ଶିୟା ମୁସଲମାନଙ୍କର ଅଶୁରା ଯାତ୍ରା ସମୟରେ ରାସ୍ତା କଡରେ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ଅତିକମରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମାଚାର ଏଜେନ୍ସି ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ ଏବେ ସହରରେ ଉତ୍ତେଜନା ବଢି ଯାଇଛି । ଏହାକୁ ନେଇ ଶିୟା ମୁସଲମାନ ବିରୋଧ କରିବା ସହ ଏହାର ପ୍ରତିଶୋଧ ମାଗିଛନ୍ତି ।

Share