Categories: ଜାତୀୟ

ପାକିସ୍ତାନ ଭଳି ପଡ଼ୋଶୀ କାହା ଭାଗ୍ୟରେ ନ ଜୁଟୁ: ରାଜନାଥ ସିଂ

ନୂଆଦିଲ୍ଲୀ,୮।୮: ଭାରତ ପ୍ରତି ପାକିସ୍ତାନର ଶତ୍ରୁତାପୂର୍ଣ୍ଣ ମନୋଭାବ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବଢ଼ିବାରେ ଲାଗିଛି। ଏହି ମର୍ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ପାକିସ୍ତାନ ଭଳି ପଡ଼ୋଶୀ କାହା ଭାଗ୍ୟରେ ନ ଜୁଟୁ। ଏଭଳି ପଡ଼ୋଶୀ ରାଷ୍ଟ୍ର କେବଳ ଚିନ୍ତା ବଢ଼ାଇଥାଏ ବୋଲି ସେ କହିଛନ୍ତି। ସେନାର ଉଚ୍ଚ ଅଧିକାରୀଙ୍କ ସହିତ ଏକ ଆଲୋଚନା ସମୟରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଉତ୍ତେଜନା ବୃଦ୍ଧିର ପ୍ରୟାସ କରିବା ସହିତ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରି ଆକ୍ରମଣ କରିବା ପାଇଁ ଉସୁକାଉଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନର ବ୍ୟାଟ୍‌ ଗ୍ରୁପ୍‌ ପକ୍ଷରୁ ଆତଙ୍କବାଦୀଙ୍କ ପାଇଁ କର ବା ମର ନିର୍ଦ୍ଦେଶ ଜାରି ହୋଇଥିବା କୁହାଯାଉଛି।

Share