ପାକିସ୍ତାନ ମିଡିଆରେ ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ଲାଗିଲା କଟକଣା

ଇସଲାମାବାଦ୍‌,୨୯।୯:ପାକିସ୍ତାନ ମିଡିଆରେ ସବୁ ପ୍ରକାର ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ରୋକ ଲଗାଯାଇଛି। ପାକିସ୍ତାନ ଇଲେକ୍‌ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍‌ଆର୍‌ଏ) ନୋଟିସ ଜାରି କରି ଏହି ଘୋଷଣା କରିଛି। ସବୁ ଭାରତୀୟ ଟିଭି ଚ୍ୟାନେଲ୍‌ ପ୍ରସାରଣ ଉପରେ କଟକଣା ଲାଗିଛି। ଏଥିରେ ଭାରତୀୟ ନ୍ୟୁଜ୍‌ ଚ୍ୟାନେଲଗୁଡିକ ମଧ୍ୟ ସାମିଲ ଅଛି। ଏହାଛଡା ଭାରତୀୟ ଅଭିନେତା ଏବଂ ତାଙ୍କ ଅଭିନୀତ ଫିଲ୍ମର ପ୍ରମୋ ମଧ୍ୟ ସେଠାରେ ପ୍ରସାରଣ କରାଯିବ ନାହିଁ। ଗତ ମାର୍ଚ୍ଚରେ ପାକିସ୍ତାନ ସୁପ୍ରିମକୋର୍ଟ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ଶୋ’ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Share