ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଏହାର ଭଗ୍ନାବଶେଷ ତଳେ ପଡ଼ିବା ଯୋଗୁ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ସୈନ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଓ୍ବଲପିଣ୍ଡି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଭଳି ବିମାନଟି ଦୁର୍ଘଟଣା ଗ୍ରସ୍ତ ହେଲା ସେନେଇ ତଦନ୍ତ ଜାରି ରହିଛି।

Share