ପାକିସ୍ତାନ ରାଷ୍ଟ୍ରପତି ଦେଖାଇଲେ ନାଲିଆଖି: କହିଲେ ଯୁଦ୍ଧ ହେଲେ ଜେହାଦ୍‌ରେ ଦିଆଯିବ ଉତ୍ତର

ଇସଲାମାବାଦ୍‌,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ଅବସ୍ଥା ଭୋକ ବିକଳରେ ତାଟିଆ କାମୁଡ଼ା ଭଳି ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ଏବେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲଓ୍ବୀ ଭାରତକୁ ନାଲି ଆଖି ଦେଖାଇଛନ୍ତି। ବୁଧବାର ସେ ପାକିସ୍ତାନର ସ୍ବାଧୀନତା ଦିବସ ଅବସରରେ କହିଛନ୍ତି ଯେ, ଭାରତ ସହିତ ଯୁଦ୍ଧ ହେଲେ ଏହାର ଉତ୍ତର ଜେହାଦ୍‌ରେ ଦିଆଯିବ। ପାକିସ୍ତାନ କଶ୍ମୀରକୁ ସହାୟତା ଜାରି ରଖିବା ସହିତ ଏହି ମାମଲାରେ ଜାତିସଂଘ ଯିବ ବୋଲି ଆରିଫ୍‌ କହିଛନ୍ତି। ଭାରତର ଏଭଳି ନିଷ୍ପତ୍ତି ଦ୍ୱାରା ଜାତିସଂଘ ନିୟମ ଉଲ୍ଲଂଘନ ହୋଇଥିବା ଆରିଫ୍‌ କହିଛନ୍ତି।

Share