Advertisement

ପାକିସ୍ତାନ ରେଳମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ୍‌,୮।୬: ସାରା ବିଶ୍ୱ କରୋନା କବଳରୁ ବର୍ତ୍ତି ପାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ସୋମବାର ଏନେଇ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି କରାଯାଇଛି। ଶେଖ ରସିଦଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନ ଥିବା ବେଳେ ରିପୋର୍ଟରେ କିନ୍ତୁ କରୋନା ପଜିଟିଭ୍‌ ବାହାରିଥିଲା। ରିପୋର୍ଟ ଆସିବା ପରେ ସେ ୨ସପ୍ତାହ ପାଇଁ ସେଲ୍ଫ ଆଇସୋଲେଶନ୍‌ରେ ରହିବେ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ପାକିସ୍ତାନରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧ହଜାର ୧୭୩କୁ ଟପିଛି। ସେଥିମଧ୍ୟରୁ ୩୩ହଜାର ୪୬୫ଲେ ସୁସ୍ଥ ଓ ୨୦୨୩ ଜଣଙ୍କ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share