Categories: ଖେଳ

ପାକିସ୍ତାନ-ଶ୍ରୀଲଙ୍କା ସିରିଜ୍‌: ମ୍ୟାଚ୍‌ ରେଫରି ଡେଭିଡ ବୁନ

କରାଚୀ,୨୧।୯: ଆସନ୍ତା ୨୭ ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ ଲାଗି ଆଇସିସି ଅଷ୍ଟ୍ରେଲିଆର ଡେଭିଡ୍‌ ବୁନଙ୍କୁ ମ୍ୟାଚ୍‌ ରେଫରି ନିଯୁକ୍ତ କରିଛି। ଆଇସିସି ରେଫରିଙ୍କ ମଧ୍ୟରେ ୫୮ ବର୍ଷୀୟ ବୁନ ସବୁଠୁ ଅଭିଜ୍ଞ। ସେ ଏପର୍ଯ୍ୟନ୍ତ ୧୩୫ ଦିନିକିଆ ଓ ୫୧ ଟି୨୦ ମ୍ୟାଚ୍‌ରେ ରେଫରି ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ସେ ଅଷ୍ଟ୍ରେଲିଆ ପାଇଁ ୧୯୮୪ରୁ ୧୯୯୬ ପର୍ଯ୍ୟନ୍ତ ୧୦୭ ଟେଷ୍ଟ ଓ ୧୮୧ ଦିନିକିଆ ଖେଳିଥଲେ। ଆଇସିସି ପକ୍ଷରୁ ଜୋଏଲ ଓ୍ବିଲସନ ଓ ମାଇକେଲ ଗଫଙ୍କୁ ସିରିଜ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ପିସିବି ଏଲାଇଟ ପ୍ୟାନେଲ ଅମ୍ପାୟର ଅଲିମ ଦାରଙ୍କ ସମେତ ଏସାନ ରାଜା, ସୋଜିବ ରାଜା ଓ ଅସିଫ ୟାକୁବଙ୍କୁ ନିଯୁକ୍ତ କରିଛି। ଉଲ୍ଲେଖଥାଉ କି, ୨୦୦୯ରେ ପାକିସ୍ତାନରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରାଜା ଅମ୍ପାୟର ଥିଲେ। ଆତଙ୍କବାଦୀ ଆକ୍ରମଣ ବେଳେ ସେ ଶ୍ରୀଲଙ୍କା ଦଳର ବସ୍‌ରେ ଥିଲେ। ଗୁଳି ତାଙ୍କ କିଡ୍‌ନୀ ଓ ବିଭିନ୍ନ ସ୍ଥାନରେ ବାଜିଥିଲା। ଏହାସତ୍ତ୍ୱେ ସେ କ୍ରିକେଟ ଫେରି ଅମ୍ପାୟରିଂ କରୁଛନ୍ତି।

Share