ପାକିସ୍ତାନ ସରକାରଙ୍କୁ ଡ୍ୟାନ୍ସର ଭରସା

ଇସ୍‌ଲାମାବାଦ,୯।୯: ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଛି ବୋଲି ସାରା ବିଶ୍ୱରେ ଆଲୋଚନା ହେଉଛି। ଏଠାକାର ଅର୍ଥନୀତି ଏମିତି ବିଗିଡି ଯାଇଛି ଯେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରୁ ମୁକ୍ତି ପାଇଁ ନିକଟରେ ପାକିସ୍ତାନର ସରହତ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ଏସ୍‌ସିସିଆଇ) ନିବେଶକଙ୍କର ଏକ ଶିଖର ସମ୍ମିଳନୀ ଡାକିଥିଲା। ଏଠାରେ ନିବେଶକଙ୍କୁ ଖୁସି କରିବାକୁ ଏକ ବେଲି ଡ୍ୟାନ୍ସର ଆୟୋଜନ କରାଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଖବରଦାତା ଗୁଲ ବୁଖାରି ଟୁଇଟ୍‌ କରି କହିଛନ୍ତି, ଖେବର ପଖତୁନଓ୍ବାରେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଅଜରବେଜାନର ରାଜଧାନୀ ବାକୁରେ ୪-୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ଶିଖର ସମ୍ମିଳନୀର ଆୟୋଜନ କରାଯାଇଥିଲା। ହେଲେ ଏଠାରେ ନିବଶେକଙ୍କ ମନକୁ ଖୁସି କରିବାକୁ ଆୟୋଜିତ ହୋଇଥିଲା ବେଲି ଡ୍ୟାନ୍ସ। ଆଉ ଏହା ଆରମ୍ଭ ହେବା ପରେ ନିବେଶକମାନେ ଏହାର ଫଟୋ ଓ ଭିଡିଓ ନେବା ଆରମ୍ଭ କରି ଦେଇଥିଲେ। ତେଣୁ ଏବେ ଆଲୋଚନା ହେଉଛି କାଙ୍ଗାଳ ପାକିସ୍ତାନକୁ ଏବେ ଡ୍ୟାନ୍ସର ଭରସା। କାରଣ ଯେଉଁ ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା ତାହା ପୂରଣ ହେବା ପରିବର୍ତ୍ତେ ନିବେଶକଙ୍କ ମନ ଢଳିଥିଲା ବେଲି ଡ୍ୟାନ୍ସସର୍ସଙ୍କ ଆଡେ।

Share