ପାକିସ୍ତାନ ସହ ଆଲୋଚନାକୁ ଜୟଶଙ୍କରଙ୍କ ଖଣ୍ଡନ

ଲଣ୍ଡନ,୩ା୯(ପି.ଟି.): ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦୀଙ୍କୁ ନିଯୁକ୍ତି, ପ୍ରଶିକ୍ଷଣ ଓ ଆର୍ଥତ୍କ ସହାୟତା ଯୋଗାଇ ଆସୁଛି। ଏଥିରୁ ବିରତ ନ ହେବା ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରକାଶ କରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ତୁରନ୍ତ କଶ୍ମୀର ନେଇ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ନ ହେଲେ ଦକ୍ଷିଣ ଏସିଆ ଉପରେ ପରମାଣୁ ଯୁଦ୍ଧର କଳାବାଦଲ ଦେଖାଦେବ ବୋଲି ଉଲ୍ଲେଖ କରିଥିଲେ। ଏହାର ଉତ୍ତର ଦେଇ ବ୍ରସେଲ୍ସରେ ଏକ ସାକ୍ଷାତକାରରେ ଜୟଶଙ୍କର ଏଭଳି ମତ ରଖିଛନ୍ତି। ଆତଙ୍କବାଦୀ ଗୋଷ୍ଠୀଙ୍କୁ ଅର୍ଥ ଓ ସହାୟତା ଯୋଗାଯାଉଥିବା ପର୍ଯ୍ୟନ୍ତ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି।

Share