ପାକିସ୍ତାନ ସିନ୍ଧ ଅଞ୍ଚଳରେ ପୋଲିସ ବିଭାଗରେ ଯୋଗ ଦେଲେ ପ୍ରଥମ ହିନ୍ଦୁ ମହିଳା

ଇସ୍‌ଲାମାବାଦ,୪।୯: ପ୍ରଥମ ଥର ଲାଗି ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ମିଳିଛି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପୁଷ୍ପା କୋହଲି ନାମକ ଏହି ହିନ୍ଦୁ ମହିଳାଙ୍କୁ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ପଦ ମିଳିଛି। ଏହି ଖବରକୁ ପ୍ରଥମେ ମାନବାଧିକାର କର୍ମୀ କପିଲ ଦେବ ଟୁଇଟ୍‌ କରି ଜଣାଇଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ହିନ୍ଦୁ ସମୁଦାୟର ସୁମନ ପଓ୍ବନ ଭୋଦାନିଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।

Share