ପାକିସ୍ତାନ ହାତ ଛାଡ଼ିଲା ରୁଷିଆ: ଭାରତ ନେଇଛି ସାମ୍ବିଧାନିକ ନିଷ୍ପତ୍ତି

ମସ୍କୋ, ୧୦।୮: ଭାରତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାର ବିରୋଧ କରିବା ଜାରି ରଖିଛି। ତେବେ ରୁଷିଆର ମନ୍ତବ୍ୟ ପାକିସ୍ତାନକୁ ଝଟ୍‌କା ଦେଇଛି। ଏହି ପ୍ରସଙ୍ଗରେ ରୁଷିଆ କହିଛି ଯେ, ଭାରତ ଏପରି କରି ସାମ୍ବିଧାନିକ ନିଷ୍ପତ୍ତି ନେଇଛି। ଜମ୍ମୁ-କଶ୍ମୀର ବିଭାଜନ କରିବା ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳଭାବେ ଘୋଷଣା କରାଯିବା କାର୍ଯ୍ୟ ଭାରତୀୟ ସମ୍ବିଧାନ ଅନୁସାରେ ସମ୍ପନ୍ନ ହୋଇଛି। ଏହା ଦ୍ୱାରା ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର କୌଣସି କାରଣ ନାହିଁ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରସଙ୍ଗର ସମାଧାନ ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ। ଏଥିରେ ପାକିସ୍ତାନ କୌଣସି ହସ୍ତକ୍ଷେପ କରିବା ଅନୁଚିତ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।

Share