ଇସ୍ଲାମାବାଦ,୨୩ା୧୨(ପି.ଟି.): ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ ଓ ମନିଲଣ୍ଡରିଂ ରୋକିବା ଦିଗରେ ମଦ୍ରାସାଗୁଡ଼ିକ ବିରୋଧରେ ପାକିସ୍ତାନ କ’ଣ ପଦକ୍ଷେପ ନେଇଛି ଜଣାଇବାକୁ ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ଇସ୍ଲାମାବାଦକୁ କହିଛି। ଆସନ୍ତାବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନକୁ ଏହି ସଂସ୍ଥା ଧୂସର (ଗ୍ରେ) ତାଲିକାଭୁକ୍ତ କରିଥିବାବେଳେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ କଳା ତାଲିକାଭୁକ୍ତ କରାଯିବ ବୋଲି ଅକ୍ଟୋବରରେ ଚେତାବନୀ ଦେଇଥିଲା। ଗତ ୬ରେ ପାକିସ୍ତାନ ୨୨ଟି ପ୍ରଶ୍ନର ଉତ୍ତର ଏଫ୍ଏଟିଏଫ୍କୁ ଦେଇଥିଲା। ଏବେ ଏହାର ଏକ ମିଳିତ ସଂଗଠନ ପାକିସ୍ତାନକୁ ୧୫୦ଟି ପ୍ରଶ୍ନ ପଠାଇ ଆତଙ୍କବାଦୀଙ୍କ ଦ୍ୱାରା ପରିଚାଳିତ ମଦ୍ରାସାଗୁଡ଼ିକ ବିରୋଧରେ କ’ଣ ପଦକ୍ଷେପ ନେଇଛ ସ୍ପଷ୍ଟ କରିବାକୁ କହିଛି। ସୂଚନାଯୋଗ୍ୟ, ହଫିଜ ସୟିଦଙ୍କ ନେତୃତ୍ୱାଧୀନ ଜମାତ୍-ଉଦ୍ା ଦାଓ୍ବା ନେଟଓ୍ବର୍କ ଅଧୀନରେ ୩୦୦ ସେମିନାରି ଓ ସ୍କୁଲ ରହିଛି।