ପାକ୍‌ର ଓଆଇସି ଗୋଷ୍ଠୀ ଗଠନ ଉଦ୍ୟମ ପଣ୍ଡ

ଜାତିସଂଘ,୩୦ା୫: ଜାତିସଂଘରେ ଇସ୍‌ଲାମିକ ସହଯୋଗ ସଂଗଠନ (ଓଆଇସି) ପ୍ରତିନିଧିମାନଙ୍କୁ ନେଇ ଇସ୍‌ଲାମଫୋବିଆ ଉପରେ ଏକ ଅନୌପଚାରିକ ଗୋଷ୍ଠୀ ଗଠନ ଲାଗି ପାକିସ୍ତାନ ଚଳାଇଥିବା ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ମାଳଦ୍ୱୀପ ଏବଂ ୟୁଏଇ। ଇସ୍‌ଲାମଫୋବିଆ ନାମରେ ଏହି ପ୍ରତିନିଧିମାନେ ଭାରତକୁ ଏକ ଘରକିଆ କରିବା ଲାଗି ଉଦ୍ୟମ ଚଳାଇଥିଲେ। ଏଭଳି ଗୋଷ୍ଠୀ ଗଠନ କେବଳ ଭୁଲ୍‌ ପଦକ୍ଷେପ ନୁହେଁ ଦକ୍ଷିଣ ଏସିଆରେ ଧର୍ମୀୟ ସଦ୍‌ଭାବ ପ୍ରତି ହାନିକାରକ ହେବ ବୋଲି ମାଳଦ୍ୱୀପ କହିଛି। ଭାରତ ବିରୋଧରେ କୌଣସି ପଦକ୍ଷେପକୁ ସମର୍ଥନ ଦେବ ନାହିଁ ବୋଲି ମାଳଦ୍ୱୀପ ସ୍ପଷ୍ଟ କରିଦେଇଛି। ସେହିପରି ପାକିସ୍ତାନର ଏଭଳି ଉଦ୍ୟମକୁ ୟୁଏଇ ସମର୍ଥନ ଦେବାକୁ ମନା କରିଦେଇଛି। ଇସ୍‌ଲାମଫୋବିଆ, ଜେନୋଫୋବିଆ ତଥା ଯେକୌଣସି ପ୍ରକାର ହିଂସାକୁ ମାଳଦ୍ୱୀପ ଦୃଢ଼ ବିରୋଧ କରେ ବୋଲି ନ୍ୟୁୟର୍କରେ ଏହାର ସ୍ଥାୟୀ ପ୍ରତିନିଧି ଥିଲ୍‌ମିଜା ହୁସେନ କହିଛନ୍ତି।

Share